ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରାଙ୍କ ବେଲୁନ୍ ଡ୍ରେସ୍ । ବଲିଉଡ୍ ଓ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପୋଷାକ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ପ୍ରିୟଙ୍କା ନିଜ ଡ୍ରେସ୍ ଯୋଗୁ ଟ୍ରୋଲ ବି ହେଉଥିବା ବେଳେ ବହୁତ ଥର ପ୍ରଶଂସା ମଧ୍ୟ ପାଇଛନ୍ତି। ନିକଟରେ ପ୍ରିୟଙ୍କା ପୁଣିଥରେ ଏକ ସେଭଳି ଡ୍ରେସ୍ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରିୟଙ୍କା ବେଲୁନ୍ ଡ୍ରେସ୍ ପିନ୍ଧିଥିବା ଫଟୋ ସେୟାର କରିଥିଲେ। ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ମଜାଳିଆ ମିମ୍ସ ତିଆରି କରିବା ସହ ସୋସିଆଲ ମିଡିଆରେ ପ୍ରବଳ ସେୟାର କରିଛନ୍ତି। ପ୍ରିୟଙ୍କାଙ୍କ ଡ୍ରେସ୍କୁ ନେଇ ମାତ୍ର କିଛି ସମୟ ମଧ୍ୟରେ ମିମ୍ସ ବନିଯାଇଛି, ଯାହାକୁ ନେଇ ନିଜେ ପ୍ରିୟଙ୍କା ବି ରିଆକ୍ସନ୍ ଦେଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0