spot_img

ରାଜନୀତିରେ ପ୍ରବେଶ କରିବେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ରାଜସ୍ଥାନରେ ପହଁଚିବା ପରେ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରା ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି । ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ କହିଛନ୍ତି ଯେ, ସେ ରାଜନୀତିକୁ ଆସନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି । କିନ୍ତୁ ସଠିକ ସମୟକୁ ଅପେକ୍ଷା କରିବାକୁ ହେବ । ଏହାପୂର୍ବରୁ ଶୁକ୍ରବାର ସକାଳେ ରବର୍ଟ ଜୟପୁରରେ ପ୍ରସିଦ୍ଧ ମୋତି ଡୁଙ୍ଗରୀ ଗଣେଶଙ୍କ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଭଗବାନଙ୍କୁ ଦର୍ଶନ କରିବା ପରେ ହୋଟେଲରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ ରବର୍ଟ ଭଦ୍ରା । ଏହି ସମୟରେ ସେ କହିଥିଲେ ଯେ, ସେ ରାଜନୀତିକୁ ଆସିବେ । ଲୋକମାନଙ୍କ ପାଇଁ ସେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି । ଲୋକମାନେ ସେ ମୁରାଦାବାଦ କିମ୍ବା ଗାଜିଆବାଦରୁ ରାଜନୀତିରେ ପାଦ ରଖନ୍ତୁ ବୋଲି ଚାହୁଁଛନ୍ତି । ଦେଶରେ ଏବେ ଦରଦାମ ଅହେତୁକ ବୃଦ୍ଧି ପାଇଛି । ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବଢିଛି । ସେ ସାଧାରଣ ଲୋକଙ୍କ କଷ୍ଟକୁ ବୁଝିଛନ୍ତି । ଲୋକମାନେ ନିଜ ପାଇଁ ଔଷଧ ନେବେ ନା ଗାଡ଼ିରେ ପେଟ୍ରୋଲ ଭରିବେ ତାହା ବିଚାର କରି ପାରୁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular