ମୁମ୍ବାଇ: ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି । ତେବେ ଅମ୍ବାନୀଙ୍କ ଘର ବାହାରେ ସନେ୍ଦହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୁଲିସ ପଚରାଉଚରା କରିଛି । ଏହି କାରରେ ଥିବା ଏକ ଚିଠିରେ ଧମକପୂର୍ଣ୍ଣ ବର୍ତ୍ତା ଦିଆଯାଇଛି । ମୁକେଶ ଭାଇ ଏହା କେବଳ ଟ୍ରେଲର, ସମସ୍ତ ପ୍ରସ୍ତୁତି ହୋଇସାରିଛି ବୋଲି ଏହି ଚିଠିରେ ଲେଖାହୋଇଛି । ଅନ୍ୟପଟେ ଏହି ଚିଠିକୁ ଏପରି ଲେଖାଯାଇଛି ଯେ ହସ୍ତଲିଖନର ବିଶେଷଜ୍ଞମାନେ ମଧ୍ୟ ଏହାକୁ ଚିହ୍ନି ପାରିବେ ନାହିଁ । ତେବେ ଏହି ସନେ୍ଦହଜନକ କାରରେ ୨୦ଟି ବିସ୍ପୋରକ ମିଳିଥିଲା ଏବଂ ଏହା ସହିତ କିଛି ଡକୁ୍ୟମେଣ୍ଟ ମଧ୍ୟ ଉଦ୍ଧାର କରାଯାଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0