spot_img

ବାଲାକୋଟ୍ ଏୟାର ଷ୍ଟ୍ରାଇକ୍କୁ ପୂରିଲା ୨ ବର୍ଷ

ନୂଆଦିଲ୍ଲୀ: ଭାରତର ଇତିହାସରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଏକ ପୃଷ୍ଠା ହୋଇ ରହିବ । ଶତ୍ରୁ ଦେଶ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ବୋମା ମାଡ ଏବଂ ଶହ ଶହ ଆତଙ୍କବାଦୀଙ୍କୁ ନିହତ କରିବା ଭଳି ସାହସିକତା ଦେଖାଇଥିଲା ଭାରତୀୟ ସେନା । ଶୁକ୍ରବାର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍କୁ ୨ ବର୍ଷ ପୂରିଛି । ଜମ୍ମୁ-କାଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ନିଆଁହୁଳା ପାଲଟିଥିଲା ଭାରତୀୟ ସେନା । ଅପେକ୍ଷା ଥିଲା ସୁଯୋଗକୁ ।ସେହି ସୁଯୋଗ ଆସି ପହଞ୍ଚିଥିଲା ୨୦୧୯ ମସିହା ଫେବୃଆରୀ ୨୬ ତାରିଖ । ରାତି ପାହିବା ଆଗରୁ ପାକିସ୍ତାନ ସୀମା ଭିତରେ ପଶି ଆତଙ୍କବାଦୀଙ୍କ ବଙ୍କର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ଏହି ଏୟାର ଷ୍ଟ୍ରାଇକ୍ ପରେ ଥରହର ହୋଇଥିଲା ପୂରା ପାକିସ୍ତାନ । ଏୟାର ଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦର ଶହ ଶହ ଆତଙ୍କବାଦୀ ନିହତ ହୋଇଥିଲେ । ଭାରତୀୟ ସେନାର ବୀର ଜବାନମାନେ ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀଙ୍କ ବଙ୍କର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଏବଂ ପାକିସ୍ତାନକୁ ଏ ବାବଦରେ ସୁରାକ୍ ଟିକେ ମଧ୍ୟ ମିଳିନଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular