ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଟିକାକରଣ ସଂପର୍କରେ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ଚାଲିଛି। ପ୍ରଥମ ଡୋଜରେ ୮୮ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ଓ ଦ୍ୱିତୀୟ ଡୋଜରେ ୮୬ ପ୍ରତିଶତ ଟିକା ନେଇଛନ୍ତି। ସେହିପରି ପ୍ରଥମ ଡୋଜରେ ୭୮ ପ୍ରତିଶତ ସମ୍ମୁଖ କରୋନା ଯୋଦ୍ଧା ଟିକା ନେଇଛନ୍ତି ଓ ଏବେ ଏହା ବି ଜାରି ରହିଛି। ତୃତୀୟ ପର୍ୟ୍ୟାୟରେ ମାର୍ଚ୍ଚ ୧ତାରିଖରୁ ବୟସ୍କ ଓ ଅନ୍ୟ ଗୁରୁତର ରୋଗର ପୀଡ଼ିତ ବ୍ୟକ୍ତିଙ୍କୁ ଦିଆଯିବ। ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି ଯେ, ଯେଉଁମାନେ ଗୁରୁତର ରୋଗରେ ପୀଡ଼ିତ ସେମାନଙ୍କୁ ଏକ ସାର୍ଟିଫିକେଟ ଦେବାକୁ ପଡ଼ିବ। ତା ପରେ ସେମାନଙ୍କର ପଞ୍ଜିକରଣ ହେବ। ଦୁଇଟି ଉପାୟରେ ପଞ୍ଜିକରଣ ହେବ। କୋଉଇନ ପୋର୍ଟାଲରେ ପଞ୍ଜିକରଣ କରିବେ। ସେମାନେ ଅନସାଇଟରେ ବି ପଞ୍ଜିକରଣ କରିବା ପରେ ଟିକାକରଣ କରାଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ୧୮୩ ହସ୍ପିଟାଲକୁ ଟିକାକରଣ କେନ୍ଦ୍ର ପାଇଁ ଆୟୁଷ୍ମାନ ଭାରତରେ ସାମିଲ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଅବଗତ କରାଇଛନ୍ତି ଓ ଆଜି କେନ୍ଦ୍ର ସହ ହୋଇଥିବା ବୈଠକରେ ବି ଆଲୋଚନା ହୋଇଛି। ହସ୍ପିଟାଲ ସାମିଲ ହେବା ପରେ ସେଠାରେ ମାଗଣା ଟିକା ମିଳିବ କି ନାହିଁ, ସେଥିନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ସରକାରୀ ହସ୍ପିଟାଲରେ ମାଗଣା ଟିକା ଦିଆଯିବ ଓ ଘରୋଇ ହସ୍ପିଟାଲରେ କିଛି ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ତାହା ଠିକ୍ ହୋଇନି। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0