ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସବୁ ବିଭାଗରେ ଏବେ କେବଳ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର କରାଯିବ । ଏନେଇ କେଜ୍ରିୱାଲ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏହା ଲାଗୁ ହେବା ପରେ ଦିଲ୍ଲୀ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ ।ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଆଶା କରିଛନ୍ତି କି ଦିଲ୍ଲୀ ସରକାରଙ୍କ ଏଭଳି ପଦକ୍ଷେରୁ ପ୍ରେରଣା ପାଇ କେବଳ ଭାରତ ନୁହେଁ ସାରା ବିଶ୍ୱ ପ୍ରଦୁଷଣକୁ ନେଇ କରୁଥିବା ଲଢେଇରେ ଏହା ପ୍ରାଥମିକ ଏଜେଣ୍ଡା ହେବ । ସେ ଆହୁରି କହିଛନ୍ତି କି ଏବେ ଜଳବାୟୁ ପରିବର୍ତ୍ତନ ଓ ପର୍ୟ୍ୟାବରଣ ସହିତ ଜଡିତ ସମସ୍ୟାକୁ ସାରା ବିଶ୍ୱ ଗମ୍ଭୀରତାର ସହ ନେବାର ସମୟ ଆସିଛି । ଅନ୍ୟ ସମସ୍ୟା ଭଳି ଏହାକୁ ଗୁରୁତ୍ୱ ଦେଇ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ସିଶୋଦିଆ କହିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0