ଭୁବନେଶ୍ବର: ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କି ପଦକ୍ଷେପ ନିଆଯାଇଛି ସେନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ ଭରୂଡ ଭେଙ୍କଟେଶ୍ବର ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ଯାହାର କିଛି ପଜିଟିଭ୍ ଲକ୍ଷଣ ଦେଖାଯିବ, ସେମାନଙ୍କୁ ଆଇସୋଲେସନରେ ରଖାଯିବ। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ପତ୍ର ମିଳିବା ପରେ ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେଉଛି। ଏହା ପୂର୍ବରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0