ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଆଜି ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଯୌତୁକ ନିର୍ୟାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ ନିହାଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଇଁଠାଙ୍କର ପୁଅ ଦିପୁନାଙ୍କ ନାମରେ ତାଙ୍କ ପତ୍ନୀ ସରୋଜିନୀ ସେଠୀ ଏକ ଯୌତୁକଜନିତ ମାମଲା ରୁଜୁ କରିଥିଲେ। କଟକ ଭିଜିଲାନ୍ସ ଡି.ଏସ୍.ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସାହୁ ଓ ବିଜୟ କୁମାର ସେଠୀ ପ୍ରମୁଖ ଚଢ଼ାଉ କରିଥିଲେ। ଚିତ୍ତରଞ୍ଜନଙ୍କର ଶଶୁର ଘର ଜଗତପୁର, କଟକ ମହାନଦୀ ବିହାର ସ୍ଥିତ ଭଡ଼ାଘର ଓ ନିଜ ଗ୍ରାମ ବାଙ୍କୀର କେଉଟପାଟଣା, ନିହାଲପ୍ରସାଦ ଥାନା ଓ କ୍ୱାର୍ଟରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରିରହିଛି। ଏହି ଘଟଣାରେ ଟଙ୍କା ଦେବାରେ ମଧ୍ୟସ୍ଥି ସାଜିଥିବା ଚିତ୍ତରଞ୍ଜନଙ୍କର ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ଲଣ୍ଡରୀ ବ୍ୟବସାୟୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0