ଭୁବନେଶ୍ୱର: କରୋନା ମହାମାରୀ ସମୟରେ କରୋନାରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କୁ ସହାୟତା ରାଶି ମିଳିବ । ପୂର୍ବରୁ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । କରୋନାରେ ପ୍ରାଣ ହରାଇଥିବା ଦୁଇ ଜଣ ସାମ୍ବାଦିକଙ୍କ ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କା ଦିଆଯିବା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । କରୋନାରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ସମାଜ ଖବର କାଗଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ । ଅନ୍ୟ ଜଣେ ସାମ୍ବାଦିକ ହେଉଛନ୍ତି ଗଜପତି ଜିଲ୍ଳାର କେ.ସିଏଚ ରତ୍ନମ ଯିଏ ନ୍ୟୁଜ ଟୁଡେ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0