spot_img

ଦିଲ୍ଲୀରେ କମିଲା ଡିଜେଲ ଦର

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀରେ ୮ଟଙ୍କା ୩୬ ପଇସା କମିଲା ଡିଜେଲ ଦର । ଏବେ ଦିଲ୍ଲୀରେ ଡିଜେଲ ୮୨ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏବେ ଡିଜେଲ ଉପରେ ମାତ୍ର ୧୬ ପ୍ରତିଶତ ଭାଟ୍ ଦେବାକୁ ପଡିବ । ପୂର୍ବରୁ ଥିବା ୩୦ ପ୍ରତିଶତ ଭାଟ କମାଯାଇ ୧୬ ପ୍ରତିଶତ କରିଦିଆଯାଇଛି । ଯାହା ଫଳରେ ଡିଜେଲର ଦାମ୍ ୮ଟଙ୍କା ପର୍ଯ୍ୟନ୍ତ କମ୍ ହୋଇଯିବା ସହ ଲିଟର ପିଛା ୭୩ ଟଙ୍କା ୬୪ ପଇସା ହୋଇଛି । କରୋନା ସଙ୍କଟ ପରେ ଧୀରେ ଧୀରେ ବିଭିନ୍ନ କ୍ଷେତ୍ରରେ କାମ ଆରମ୍ଭ ହେଉଛି । ତେଣୁ ପୂର୍ବରୁ ବିଭିନ୍ନ କମ୍ପାନୀ ଓ କର୍ମକତ୍ତାମାନେ ଦର କମାଇବାକୁ ସରକାରଙ୍କୁ ଆବେଦନ କରିଥିଲେ । ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କହିଛନ୍ତିି ମୁଖ୍ୟମନ୍ତ୍ରୀ । ଅବବିନ୍ଦ କେଜରିୱାଲ ସରକାର କ୍ୟାବିନେଟ ବୈଠକ ପରେ ଏକ ପ୍ରେସ୍ କନଫରେନସ୍ ଜରିଆରେ ଏହା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular