ନୂଆଦିଲ୍ଲୀ: ରାଜ୍ୟସଭା କାର୍ୟ୍ୟକାଳ ଶେଷ ହେବା ପରେ ଏବଂ ସଂସଦରୁ ବିଦାୟ ନେବାପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍ ନିଜ ଗୃହ ରାଜ୍ୟ ଜମ୍ମୁ-କାଶ୍ମୀରକୁ ୩ ଦିନିଆ ଗସ୍ତ କରିଛନ୍ତି । ଗୁଲାମ୍ ନବୀ ଆଜାଦ ଏପରି ସମୟରେ ଜାମ୍ମୁ-କାଶ୍ମୀର ଯାଇଛନ୍ତି ଯେତେବେଳେକି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିଏ. ମୀର୍ ପାର୍ଟିକୁ ମଜବୁତ କରିବା ଦିଗରେ ଲାଗିପଡିଛନ୍ତି । ଆଜାଦଙ୍କ ବ୍ୟତିତ ଜି-୨୩ର ଅନେକ ନେତା ଜାମ୍ମୁ-କାଶ୍ମୀର ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ସଂସଦରୁ ବିଦାୟ ନେବା ପରେ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତରେ ଅଛନ୍ତି ଗୁଲାମ ନବୀ ଆଜାଦ୍ । ଏ-୨୩ର କିଛି ନେତାମାନେ ମଧ୍ୟ ଶନିବାର କାର୍ୟ୍ୟକ୍ରମରେ ଯୋଗଦେବେ । ଏଥିରେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା, ବିବେକ୍ ତଂଖା, କପିଲ ଶିବଲ୍, ମନୀଷ ତିଓ୍ବାରୀ ଏବଂ ଅଖିଳେଶ ସିଂହ ଅଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0