ଭୁବନେଶ୍ୱର: ଆତ୍ମହତ୍ୟା ଧମକ ଦେଲେ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ଆଜି ବିଧାନସଭାରେ ସେ ଆତ୍ମହତ୍ୟା ଧମକ ଦେଇଛନ୍ତି। ମଣ୍ଡି ସମସ୍ୟା ନେଇ ସେ ଏହି ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ। ପ୍ରଶ୍ନକାଳରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ସେ ଗୃହର ମଧ୍ୟଭାଗକୁ ଆସି ବସି ରହିଥିଲେ। ତେବେ ଶୂନ୍ୟକାଳରେ ତାଙ୍କୁ ଏନେଇ କହିବାକୁ ଦିଆଯିବ ବୋଲି ବାଚସ୍ପତି କହିଥିଲେ। ତା’ସହିତ ତାଙ୍କୁ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି କହିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0