ମଣିପୁର: ଆତଙ୍କବାଦ ଆକ୍ରମଣରେ ତିନି ଜଣ ଜବାନ ସହିତ ହେବା ସହିତ ୬ ଜଣ ଗୁରୁତର ହୋଇଛନ୍ତି । ମଣିପୁର ସେନା ଜବାନଙ୍କ ଉପରେ ଆଜି ଆତଙ୍କବାଦୀଙ୍କ ଘାତକ ଆକ୍ରମଣ ଫଳରେ ଏପରି ଘଟଣା ଘଟିଛି । ବୁଧବାର ରାତି ପ୍ରାୟ ୧ ଘଟିକା ସମୟରେ ରାଜଧାନୀ ଇମ୍ଫାଲରୁ ପ୍ରାୟ ୯୫ କିଲୋମିଟର ଦୂରରେ ଥିବା ଚନେ୍ଦଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଭାରତ-ମିଆଁମାର ସୀମାରେ ଜବାନ ଅପରେସନ ଜାରି ରଖିଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରିଦେଇଥିଲେ । ଫଳରେ ୪ ଆସାମ ରାଇଫଲ୍ସର ତିନିଜଣ ଜବାନ ସହିଦ ହୋଇଛନ୍ତି । ସେପଟେ ୬ ଜଣ ଜବାନ ଗୁରୁତର ଅବସ୍ଥାରେ ମିଲିଟ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାମୁତାବକ, ସ୍ଥାନୀୟ ଆତଙ୍କବାଦୀ ସଙ୍ଗଠନ ପିପୁଲ୍ସ ଲିବରେସଶନ ଆର୍ମି ଏହି ଘଟଣାର ଘଟାଇଛି । ଘଟଣା ପରେ ସେନା ତରଫରୁ ସ୍ଥାନୀୟ ଆତଙ୍କବାଦୀମାନଙ୍କ ଇଲାକାରେ ସର୍ଚିଙ୍ଗ ଅପରେସନ୍ ଜାରି ରହିଛି । ଏଥି ସହିତ ଭାରତ-ମିଆଁମାର ସୀମାର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଗତବର୍ଷ ନଭେମ୍ବର ମାସରେ ଚନେ୍ଦଲ ଜିଲ୍ଲାରେ ଆସାମ ରାଇଫଲ୍ସ କ୍ୟାପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0