spot_img

ଗୋରୁଚାଲାଣ ବେଳେ ଚଢାଉ.. ୪୫ଗୋରୁ ଉଦ୍ଧାର, ୫ ଅଟକ

ଝାରସୁଗୁଡା: ଝାରସୁଗୁଡା ସୀମାରେ ଥିବା ରେଙ୍ଗାଲି ଥାନା ପୋଲିସ ଗୋରୁ ଚାଲାଣ କରୁଥିବା କଣ୍ଟେନରକୁ ଜବତ କରିବା ସହ ୪୫ଗୋରୁଙ୍କୁ ଉଦ୍ଧାର କରିଛି । ସୂଚନା ଅନୁସାରେ, ଗତ ରାତିରେ ଝାରସୁଗୁଡା ଅଞ୍ଚଳର ୧୯ ଖଣ୍ଡ ମୈାଜା ଅମାପାଲି ଗାଁରୁ ପଶ୍ଚିମବଙ୍ଗକୁ ଏକ କଣ୍ଟେନର ଯୋଗେ ଗୋରୁ ଚାଲାଣ ହେଉଥିଲା । ଉକ୍ତ କଣ୍ଟେନରଟି ୪୫ଗୋରୁ ବୋଝେଇ କରିବା ପରେ କାଦୁଅରେ ଫସି ଯାଇଥିଲା । ତେବେ ରେଙ୍ଗାଲି ପୋଲିସ କୈାଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ବହୁ କଷ୍ଟରେ ପୋଲିସ ଜେସିପି ସାହାଯ୍ୟରେ କାଦୁଅରୁ କଣ୍ଟେନରଟିକୁ ବାହାର କରିଥିଲା । ପରେ ଥାନା ପକ୍ଷରୁ କଣ୍ଟେନରଟିକୁ ଯବତ କରିବା ସହ ୪୫ଗୋରୁଙ୍କୁ ଉଦ୍ଧାର କରିଥିଲା ଏବଂ ଏଥିରେ ସଂପୃକ୍ତ ୫ଜଣଙ୍କୁ ଅଟକ ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular