spot_img

ପୁଣି ଗଡିଲା ଜଳେଶ୍ୱର- ହାଓଡା ମେମୁ ଲୋକାଲ ଟ୍ରେନ

ବାଲେଶ୍ୱର: ପୁଣି ଗଡିଲା ଜଳେଶ୍ୱର- ହାଓଡା ମେମୁ ଲୋକାଲ ଟ୍ରେନ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଦ୍ୱିତୀୟ ଥର ପାଇଁ ଜଳେଶ୍ୱର ହାୱଡା ମେମୁ ଲୋକାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଏହି ଟ୍ରେନ ଜଳେଶ୍ୱର ଷ୍ଟେସନରୁ ସକାଳ ୬.୧୦ରେ ଛାଡି ହାୱଡା ଷ୍ଟେସନରେ ୯.୪୦ ରେ ପହଁଞ୍ଚିବ । ଯାହା ଦ୍ୱାରା ବ୍ୟବସାୟୀ ଓ ରେଳ ଯାତ୍ରୀମାନେ ବେସ ଖୁସିଥିବା ଦେଖିବାକୁ ମିଳିଥିଲା । ତେବେ ଯାତ୍ରୀମାନଙ୍କ ପାଇଁ କୋଭିଡ ନିୟମ କଡାକଡି ସହିତ ବାଧ୍ୟତାମୂଳକ କରାଯାଉଛି । ଆଗାମୀ ଦିନରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଟ୍ରେନ ଚଳାଚଳ କରିବ ୍ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । କୋଭିଡ କଟକଣା ପାଇଁ ଦୀର୍ଘ ଦିନ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଯାହା ପାଇଁ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିଲା । ଟ୍ରେନ ଚଳାଚଳ ପାଇଁ ଜଳେଶ୍ୱର ରେଳ ଇଉଜାର୍ସ କମିଟି, ବ୍ୟବସାୟୀ ସଂଗଠନ, ସାଧାରଣ ଲୋକେ ଟ୍ରେନ ଚଳାଚଳ ପାଇଁ ଦାବି କରି ଆସୁଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular