ପୁରୀ : ଆଜି ପବିତ୍ର ମାଘ ମାସ ପୂର୍ଣ୍ଣିମା। ଏହି ଅବସରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ। ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ । ରତ୍ନସିଂହାସନରେ ଗଜଉଦ୍ଧାରଣ ବେଶରେ ବିଭୂଷିତ ହେବେ ମହାପ୍ରଭୁ। ଗରୁଡ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଚତୁଃ ହସ୍ତ ରୂପରେ ଦର୍ଶନ ଦେବେ। ଏହାସହ ସ୍ୱତନ୍ତ୍ର ଖିରୀ ସହ ବିଭିନ୍ନ ପ୍ରକାର ଭୋଗ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0