spot_img

ରାଜ୍ୟରେ ମୁଣ୍ଡଫଟା ଖରା

ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡଫଟା ଖରା । । ସକାଳ ୧୧ଟା ପରେ ପଦାକୁ ବାହାରିଲେ ଛାଇଁ ଝାଇଁ ହୋଇଯାଉଛି ମୁଣ୍ଡ । ଏବେ ଠାରୁ ଏମିତି କୋପ ଦେଖାଇଲାଣି ତାତି । ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ଡେଇଁଥିବା ବେଳେ ମୋଟ ୧୪ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଅନୁମାନ କରିଛନ୍ତି, ମାର୍ଚ୍ଚ ପହିଲାରୁ ଭୁବନେଶ୍ୱରରେ ଗରମ ପ୍ରକୋପ ସାମାନ୍ୟ କମିବ । ହେଲେ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ । ୩ ଦିନ ହେବ ଭୁବନେଶ୍ୱର ଯେମିତି ତତଲା ପିଣ୍ଡ ପାଲଟିଯାଇଛି । ଲଗାତାର ଭାବେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଯାଇଛି । ଆଜି ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ । ଏଥିରୁ ଅନୁମାନ କରାଯାଇପାରେ ଗରମ ପ୍ରକୋପ କେତେ ଭୀଷଣ ରହିଛି ।ଅପରପକ୍ଷରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୨୮ ତାରିଖ ସୁଦ୍ଧା ତାତି ଆଉ ୧ ଡିଗ୍ରୀ ବଢ଼ିବ। ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ବିଶେଷ ବଢ଼ିନପାରେ। ମାର୍ଚ୍ଚ ୫ ସୁଦ୍ଧା ଆଉ ୨ ଡିଗ୍ରୀ ବଢ଼ିପାରେ। ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ। ୫ କିମ୍ବା ୬ ତାରିଖବେଳକୁ ୩ରୁ ୪ ଡିଗ୍ରୀ ବଢ଼ିପାରେ। ମାର୍ଚ୍ଚ ୨ ସୁଦ୍ଧା ଅନୁଗୁଳ, ମାଲକାନଗିରି ସର୍ବାଧିକ ତାଳଚେର, ବଲାଙ୍ଗିର, ଟିଟିଲାଗଡ଼, ମାଲକାନଗିରିରେ ପାରଦ ୪୦ ଡିଗ୍ରୀ ଉପରେ ରହିପାରେ । ମାର୍ଚ୍ଚ ୬ ତାରିଖ ରାଜ୍ୟରେ ସବୁଠୁ ଉତ୍ତପ୍ତ ଦିନ ପାଲଟିପାରେ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular