ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଅନେକ ଦିନ ହେଲା କୃଷକ ଆନ୍ଦୋଳନ କରୁଛନ୍ତି। ସରକାରଙ୍କୁ ମନେଇବାକୁ ସବୁ ପ୍ରକାର ଉପାୟ ମଧ୍ୟ ଖୋଜୁଛନ୍ତି। ହରିୟାଣା ଜିନ୍ଦର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରକ୍ତରେ ଚିଠି ଲେଖି ନୂଆ କୃଷି ଆଇନ ରଦ୍ଦ କରିବାକୁ ଏମଏସପି ଲାଗୁ କରିବାକୁ ଦାବି କରିଛନ୍ତି। ଜିନ୍ଦ ଟୋଲ ପ୍ଲାଜାରେ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଶହ ଶହ ଚଷୁ ଇଞ୍ଜେକ୍ସନ ସିରିଞ୍ଜରେ ରକ୍ତ ବାହାର କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚାଷୀ କହିଛନ୍ତି ଯେ ତାଙ୍କୁ ଏହି କଳା ଆଇନ ଦରକାର ନାହିଁ, ଏହି ଆଇନ ବଦଳରେ ସରକାର ଏମଏସପି ଉପରେ ସ୍ଥାୟୀ ଆଇନ ଲାଗୁ କରନ୍ତୁ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0