ଭୁବନେଶ୍ୱର : ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତା ପାଇଁ ସାମାନ୍ୟ ବଦଳିଛି ନିୟମ।ଏଣିକି ୫ ରାଜ୍ୟ ଫେରନ୍ତାଙ୍କ ଉପରେ ରହିବ କଡ଼ା ନଜର। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରେଦଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ବିଶେଷ ନଜର ରଖାଯିବ। ସମସ୍ତ ଯାତ୍ରୀ ୭ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ହେବ। ଯଦି ଏହି ଅବଧି ମଧ୍ୟରେ ସେମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖାଦିଏ ତା’ହେଲେ ସେମାନେ ଆରଟି-ପିସିଆର ପରୀକ୍ଷା କରିବେ। ପଜିଟିଭ୍ ଚିହ୍ନଟ ହେଲେ, କରୋନା ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ।
ଏହିସବୁ ରାଜ୍ୟରୁ ଫେରିଥିବା ବ୍ୟକ୍ତି, ବାହାରେ ବୁଲି ପାରିବେ ନାହିଁ, ୭ ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ। ଏ ନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ଓ ରେଳୱେ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0