spot_img

ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ

ସମ୍ବଲପୁରବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୬ ଜଣ ଅନ୍ୟ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ ହୋଇଛି ।

ଶୁକ୍ରବାର ଦିନ ଭିସୁଟ୍ ହଷ୍ଟେଲରେ ରହୁଥିବା ୩ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଫଳରେ ଉଭୟ ହଷ୍ଟେଲର ରୁମ୍କୁ ସିଲ୍‌ କରିଦିଆଯାଇଥିଲା । ତେବେ ସମ୍ପୃକ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ୭୨ ଘଣ୍ଟା ପାଇଁ ଆଇସୋଲେସନ୍‌ରେ ରହିବାକୁ ନୋଟିସ ଜାରି କରିଥିଲେ ହଷ୍ଟେଲ ଓ୍ବାଡେନ୍‌ । ବର୍ତ୍ତମାନ ଭିସୁଟ୍‌ରେ ଅଫ୍‌ଲାଇନ୍‌ ପରୀକ୍ଷା ଜାରି ରହିଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ ବିଶ୍ବବିଦ୍ୟାଳୟ ପରିସରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular