ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଶୁକ୍ରବାର ବ୍ରାଜିଲକୁ କୋଭାକ୍ସିନ ଟିକାର ୨୦ ମିଲିୟନ ଡୋଜ୍ ରପ୍ତାନୀ ପାଇଁ ଘୋଷଣା କରିଛି । ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ-୧୯ ଭାକସିନର ଟିକା କୋଭାକ୍ସିନର ୨ କୋଟି ଡୋଜ୍ କିଣିବା ପାଇଁ ଭାରତ ବାୟୋଟେକ୍ ସହ ବୁଝାବଣା କରିଥିଲା ।କୋଭାକ୍ସିନର ବ୍ୟବହାର ନେଇ ବ୍ରାଜିଲର ସ୍ଥାନୀୟ ନିୟାମକ ଏବେସୁଦ୍ଧା ମଞ୍ଜୁରୀ ପ୍ରଦାନ କରିନାହାଁନ୍ତି । ଏହି ବୁଝାବଣା ସେହିଦିନ ହୋଇଥିଲା ଯେଉଁଦିନ ବ୍ରାଜିଲର କରୋନା ଜନିତ ମୃତ୍ୟୁସଂଖ୍ୟା ଅଢେଇ ଲକ୍ଷ ଟପିଥିଲା । ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ କରେନା ଟିକାର ୮୦ ଲକ୍ଷ ଡୋଜ୍ ମାର୍ଚ୍ଚରେ ଆସିବ ବୋଲି କହିଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0