ଯାଜପୁର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଗଛ ପଡ଼ି ୩ବର୍ଷ ର ବାଳକ ମୃତ । ମୃତ ବାଳକ ହେଲେ ସୁନନ୍ଦ ବିନ୍ଧାଣିଙ୍କ ପୁଅ ରାହୁଲ ବିନ୍ଧାଣି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର ବାଇକ ଯୋଗେ ଘରକୁ ଫେରୁଥିଲେ। ଫେରିବା ସମୟରେ ଯୋଡିକୁଅ ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏକ ବିଶାଳ ଚାକୁଣ୍ଡା ଗଛ ବାଇକ ଉପରେ ପଡ଼ିବା ଫଳରେ ସମ୍ପୂର୍ଣ୍ଣ ପରିବାର ଗଛ ତଳେ ଚାପି ହୋଇଯାଇଥିଲେ। ମୁଖ୍ୟତଃ ସେଠାରେ ରାସ୍ତା ପ୍ରସସ୍ତିକରଣ ପାଇଁ ଉକ୍ତ ଚାକୁଣ୍ଡା ଗଛକୁ କଟାଯାଉ ଥିଲା। ଏଥିପାଇଁ କୌଣସି ପ୍ରିକସନ ନିଆଯାଇ ନଥିଲା ବେଳେ ସତର୍କ ମଧ୍ୟ କରାଯାଇ ନଥିଲା। ତେବେ ବାଇକଟି ଫେରୁଥିବା ବେଳେ ଗଛଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0