କଲିକତା: ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବାକୁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି। ଚଳିତ ବର୍ଷ ୨୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଥିବା ବିଜେପି ନିଜର ରଣନୀତିକୁ ଅଧିକ ଶାଣିତ କରିଛି। ରଣନୀତିର ସଫଳ ରୂପାୟନ କରିବାକୁ ଖୋଦ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାରମ୍ବାର ବେଙ୍ଗଲ ଗସ୍ତ କରି ସାଧାରଣ ସଭା କରୁଛନ୍ତି। ଏହିକ୍ରମରେ ସେ ପୁଣିଥରେ ମାର୍ଚ୍ଚ ୨ରେ ବେଙ୍ଗଲ ଗସ୍ତ କରିବେ। ସେଠାରେ ସେ ୩ ତାରିଖ ଯାଏ ରହିବେ। ଏହି ସମୟରେ ସେ କ୍ରମାଗତ ଦୁଇ ଦିନ କୋଲକାତାରେ ଦୁଇଟି ରୋଡ୍ ଶୋ’ କରି ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିବେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0