ମୋହନା : ଗଜପତି ଜିଲ୍ଲା ଆର.ଉଦୟଗିରି ଉପକାରାଗାରରୁ ଦୁଇ ଜଣ ବିଚରାଧୀନ କଏଦୀ ଫେରାର ହୋଇଯାଇଛନ୍ତି । ସେମାନେ ହେଲେ ପୁରି ଅଞ୍ଚଳର ଶରତ କୁମାର ଦେ ଏବଂ ଅନ୍ୟ ଜଣେ ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର କରୁଣା ଗମାଙ୍ଗ । ଶନିବାର ସକାଳ ପ୍ରାୟ ୯ଟା ୪୫ ମିନଟରେ ସେମାନେ ଜେଲରୁ ଫେରାର ହୋଇଯାଇଥିବା କୁହାଯାଉଛି। ତେବେ ଫେରାର କଏଦୀଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି । ଏମାନେ ୨ ଜଣ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହୋଇ କିଛି ଦିନ ପାରଳାଖେମୁଣ୍ଡି ଜେଲରେ ରହିଥିଲେ । ପରେ କରୋନା କଟକଣା ଯୋଗୁଁ ଆର.ଉଦୟଗିରି ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0