spot_img

ଏଣିକି ଖାଦ୍ୟ ଅପମିଶ୍ରଣ କଲେ ମିଳିବ ଆଜୀବନ କାରାଦଣ୍ଡ

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କୁ ଆଜୀବନ କରାଦଣ୍ଡାଦେଶ କରାଯିବ ବୋଲି ଶିବରାଜଙ୍କ କ୍ୟାବିନେଟରେ ଏସମ୍ପର୍କିତ ଏକ ସବୁଜ ସଙ୍କେତ ମିଳିଛି । ପୂର୍ବରୁ ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ୬ ମାସର ଜେଲ ଦଣ୍ଡାଦେଶର ଆଇନ ଥିଲା । ପରେ ଏହାକୁ ବଢାଇ ୩ ବର୍ଷ କରାଯାଇଥିଲା । ଏନେଇ ରାଜ୍ୟ ସ୍ୱରାଷ୍ଟ୍ରନ୍ତ୍ରର ନରୋତ୍ତମ ମିଶ୍ର କହିଛନ୍ତି ଖାଦ୍ୟ ଅପମିଶ୍ରଣ ଏକ ବଡ ଅପରାଧ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular