ମୁମ୍ବାଇ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ ଫାଇନାନ୍ସ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। କମ୍ପାନୀ ଗତ ଡିସେମ୍ବର ୨୦୨୦ରେ ୧୦୦ କୋଟି ଟଙ୍କାର ଲୋନ ଡିଫଲ୍ଟ କରିଛି। ବ୍ୟାଙ୍କ ଅଫ ବରୋଦା, ପିଏନବି, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, କ୍ୟାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ଇଣ୍ଡିଆ ବ୍ୟାଙ୍କର ଉଧାର ଚୁକ୍ତା କରିବାରେ ରିଲାଏନ୍ସ ହୋମ ଫାଇନାନ୍ସ ବିଫଳ ହୋଇଛି। ରିଲାଏନ୍ସ ହୋମ ଫାଇନାନ୍ସ ଉପରେ ଏବେ ଋଣ ବଢି ବଢି ୪ ହଜାର ୨୮୦ କୋଟି ଟଙ୍କାରେ ପହଞ୍ଚିଯାଇଛି। ରିଲାଏନ୍ସ ହୋମ ଫାଇନାନ୍ସର ମାମଲା ସମାଧାନ ଲାଗି ୭ ଜୁନ ୨୦୧୯ରେ ଋଣଦାନକାରୀ ସଂସ୍ଥାମାନେ ଇଣ୍ଟର କ୍ରେଡିଟର ଏଗ୍ରିମେଣ୍ଟରେ ସ୍ୱାକ୍ଷର କରିଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0