ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ମୂଲ୍ୟବାନ କ୍ରେପ୍ଟୋ କରେନ୍ସି ବିଟ୍ କଏନ୍ ଏବେ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। କିଛି ଦିନ ପୂର୍ବେ ଏହାର ମୂଲ୍ୟ ୫୬ ହଜାର ଡଲାରରେ ଅଙ୍କା ଯାଉଥିଲା। ହେଲେ ଏବେ ଅବମୂଲ୍ୟାୟନର ଶିକାର ହୋଇଛି। ଫଳରେ ଶନିବାର ଅପରାହ୍ନ ୩ଟା ୯ ମିନିଟ୍ରେ ବାଇନାନ୍ସ ଡଟ୍କମରେ ବିଟ୍ କଏନ ଦର ୪୬ ହଜାର ୩୦୦ ଡଲାରରେ କାରବାର କରୁଥିବା ଦେଖାଯାଇଛି। ବିଟ୍ କଏନ୍ ଗୋଟିଏ ବର୍ଷରେ ନିବେଶକଙ୍କୁ ୫୪.୮୫ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଏଥିରେ ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କ ନିବେଶ କରିବା ପରଠାରୁ ଏହାର ଦର ଅନିୟନ୍ତ୍ରିତ ହୋଇଚାଲିଥିଲା। ପ୍ରାୟ ୩୫୦ ବିଲିୟନ ଡଲାର ମାର୍କେଟ୍ କ୍ୟାପିଟାଲ ସହ ବିଟ କଏନ ବିଶ୍ୱର ସବୁଠୁ ମୂଲ୍ୟବାନ କରେନ୍ସିରେ ପରିବର୍ତ୍ତିତ ହୋଇସାରିଛି। ସାରା ବିଶ୍ୱ ୨୦୦୯ ମସିହାରେ ଗୁରୁତର ଆର୍ଥିକ ସଂକଟରେ ଗତି କରୁଥିବା ବେଳେ ଏହି ଆଭାସୀ ମୁଦ୍ରାରେ ନୂଆକରି ନିବେଶ ଆରମ୍ଭ ହୋଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0