ରାୟଗଡା ଜିଲ୍ଳାର ସୀମାନ୍ତ ଗ୍ରାମବାସୀ ଓଡିଶା ଛାଡି ଆନ୍ଧ୍ରରେ ରହିବାକୁ ପସନ୍ଦ କରୁଛନ୍ତି। ଓଡିଶାରେ ମୌଳିକ ସୁବିଧା ମିଳୁନଥିବା ବେଳେ ପଡୋଶୀ ଆନ୍ଧ୍ରପ୍ରଦେଶ ରାସନ ଠାରୁ ଆରମ୍ଭ କରି ଭତ୍ତା ପର୍ୟ୍ୟନ୍ତ ଅଧିକ ସୁବିଧା ପ୍ରଦାନ କରୁଥିବାରୁ ଲୋକେ ଆନ୍ଧ୍ର ଆଡେ ନଜର ରଖିଛନ୍ତି। ରାୟଗଡା ଜିଲା ଉପାନ୍ତ ଗ୍ରାମ ଗୁଡିକରେ ଏଯାଏଁ ରାସ୍ତାଘାଟ, ପାନୀୟଜଳ,ସ୍ୱାସ୍ଥ୍ୟସେବା, ଶିକ୍ଷା,ଟେଲି ଯୋଗାଯୋଗ ଭଳି ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଲୋକେ ପିଡ଼ିଏସ ଚାଉଳ ଏବଂ ବିଭିନ୍ନ ଭତ୍ତା ପାଈଁ ପାହାଡ ଚଢି ୭ କିମି ଚାଲି ଚାଲି ଦୁର୍ଗାପାଡୁ ଯାଇଥାନ୍ତି। ମୋବାଇଲ ନେଟୱାର୍କ ନଥିବାରୁ ଲୋକେ ଫୋନ କରିବା ପାଇଁ ଦୁଇ କିଲୋମିଟର ଚାଲୁଛନ୍ତି । ଅନ୍ୟପଟେ ଆନ୍ଧ୍ର ଓଡିଶା ସୀମାରେ ବିଭିନ୍ନ ସ୍ଥାନରେ ଜବର ଦଖଲ କରିବା ଉଦ୍ୟମ ଚଳାଇଛି। ଯାହାକୁ ଦେଖିଶୁଣି ମଧ୍ୟ ପ୍ରଶାସନ ଚୁପ୍ ବସିଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0
SIR CALL ME 9439088359