ଖୋର୍ଦ୍ଧା : କୋଭିଡ କଟକଣାରେ ପାଳିତ ହେଲା ବିଂଚିନାରାୟଣ ପୂଜା । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦୀକ୍ଷିତ ପଡାରେ ବିଞ୍ଚିନାରାୟଣ ବ୍ରତ ପୂଜା କରାଯାଏ । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେବ ଏହି ପର୍ବ ଅନୁଷ୍ଠିତ ହୋଇଆସୁଛି । ଏହି ଉସôବରେ ମାନସିକ ବ୍ରତ ରଖିଥିବା ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବିଭିନ୍ନ ଚର୍ମ ରୋଗରୁ ଭଲ ହେବ ପାଇଁ ଏବଂ ମାନସିକ ପୂରଣ ହେବା ଲାଗି ଭକ୍ତ ମାନେ ଏଠାକୁ ଛୁଟି ଆସନ୍ତି । ବ୍ରତ ପାଳନ କରୁଥିବା ଭକ୍ତ ମାନେ ଶାଳିଆ ଡ୍ୟାମର କଂସାରୀ ନଦୀରେ ସ୍ନାନ କରି ଠାକୁରଙ୍କୁ ଦର୍ଶନ କରି ବିଛଣା ଦାନ କରିଥାନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0