ରେକର୍ଡ଼ ଛୁଇଁଲା ଫାସଟ୍ୟାଗ ଟୋଲ ଆଦାୟ । ଫେବୃଆରୀ ୧୫ ତାରିଖ ବିଳମ୍ବିତ ରାତିରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଉପରେ ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଥିଲା। ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ ଭାଙ୍ଗି ଦେଇଛି। ନ୍ୟାଶନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ପାଖାପାଖି ୧୦୪ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ଏନଏଚଏଆଇ ପକ୍ଷରୁ କୁହାଯାଇଛି ଚଳିତ ସପ୍ତାହରେ ଟୋଲ୍ ଆଦାୟ ଦୈନିକ ୧୦୦ କୋଟି ଟଙ୍କାରୁ ଅଧିକ ରହିଛି। ଅନ୍ୟପକ୍ଷରେ ଶୁକ୍ରବାର ଫାସଟ୍ୟାଗକୁ ବାଧ୍ୟତାମୂଳକ କରିବା ବିରୋଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନ ଉପରେ ସୁପ୍ରିମ୍ କୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଏସ. ଏ ବୋବଡେ, ବିଚାରପତି ବୋପାତ୍ରା ଓ ଜଷ୍ଟିସ୍ ବି. ରାମସୁବ୍ରମଣ୍ୟମଙ୍କ ତିନିଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ଏହାସହ ସୁପ୍ରିମ୍ କୋର୍ଟ ଆବେଦନକାରୀଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0