spot_img

ପୁଲିସ ଡିଏସପି ପଦରେ ନିଯୁକ୍ତି ପାଇଲେ ହିମା

ଦିସପୁର: ଆସାମ ପୁଲିସ ବିଭାଗରେ ଡିଏସପି ପଦରେ ନିଯୁକ୍ତି ପାଇଛନ୍ତି ମହିଳା ସ୍ପ୍ରିଣ୍ଟର ହିମା ଦାସ । ତେବେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ହିମାଙ୍କୁ ନିଯୁକ୍ତପତ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ୨୧ ବର୍ଷୀୟ ହିମା ନିଜ ପ୍ରତିକ୍ରିୟାରେ କହିଥିଲେ ଛୋଟବେଳୁ ସେ ପୁଲିସ ଚାକିରି କରିବେ ବୋଲି ଆଶା ରଖିଥିଲେ, ଯାହାକି ପୂରଣ ହୋଇଛି । ଏପରିକି ତାଙ୍କ ମା’ ମଧ୍ୟ ଚାହୁଁଥିଲେ ସେ ପୁଲିସ ଚାକିରି କରନ୍ତୁ । ତେବେ ଚାକିରି ସହ କ୍ରୀଡା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ଅଧିକ ସୁନାମ ଆଣିବାକୁ ଚେଷ୍ଟା କରିବେ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular