ନୂଆଦିଲ୍ଲୀ: ଫେବୃଆରୀ ୧୫ ତାରିଖ ବିଳମ୍ବିତ ରାତିରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଉପରେ ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଥିଲା। ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ ଭାଙ୍ଗି ଦେଇଛି। ନ୍ୟାଶନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ପାଖାପାଖି ୧୦୪ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି।
ଘଐଇଓ ପକ୍ଷରୁ କୁହାଯାଇଛି, ଚଳିତ ସପ୍ତାହରେ ଟୋଲ୍ ଆଦାୟ ଦୈନିକ ୧୦୦ କୋଟି ଟଙ୍କାରୁ ଅଧିକ ରହିଛି। ଗତ ଫେବୃଆରୀ ୨୫ ତାରିଖରେ ଫାସଟ୍ୟାଗ୍ ଜରିଆରେ ଦୈନିକ ୬୪.୫ ଲକ୍ଷ ଟୋଲ୍ ସଂଗ୍ରହ କାରବାର ସହ ରେକର୍ଡ ୧୦୩.୯୪ କୋଟି ଟଙ୍କାର ଆଦାୟ ହୋଇଛି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0