ନୂଆଦିଲ୍ଲୀ: ନୂଆ କୀର୍ତ୍ତିମାନ ସ୍ଥାପନ କଲା ଇସ୍ରୋ। ରବିବାର ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ପେଶ ସେଣ୍ଟରରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ଛଡ଼ାଯାଇଛି। ଏହି ଉପଗ୍ରହକୁ ଶ୍ରୀହରିକୋଟାର ସତୀଶ ଧୱନ୍ ସ୍ପେଶ ସେଣ୍ଟରରୁ ଫେବୃଆରୀ ୨୮ ତାରିଖ ସକାଳ ୧୦.୨୪ ମିନିଟରେ ଉତକ୍ଷେପଣ କରାଯାଇଛି। ଏହି ମହାକାଶ ଯାତ୍ରାରେ ବ୍ରାଜିଲର ସାଟେଲାଇଟ୍ ଆମାଜୋନିଆ-୧ ବ୍ୟତୀତ ୧୮ ଅନ୍ୟ ସାଟେଲାଇଟକୁ ପଠାଯାଇଛି। ଏହା ମଧ୍ୟ ୨୦୨୧ର ପ୍ରଥମ ଉତ୍କ୍ଷେପଣ। ଏହି ଉତ୍କ୍ଷେପଣରେ ବିଶେଷତ୍ୱ ହେଉଛି, ଏଥିରେ ଭାଗବତ ଗୀତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଟୋଚିତ୍ର ମଧ୍ୟ ମହାକାଶକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋଚିତ୍ର ଏବେ ପୂରା ପୃଥିବୀ ପରିକ୍ରମା କରିବ। ଇସ୍ରୋର ଏହି ସଫଳ ପରୀକ୍ଷଣ ସହ ଭାରତ ପକ୍ଷରୁ ଲଞ୍ଚ୍ କରାଯାଇଥିବା ବିଦେଶୀ ସାଟେଲାଇଟ୍ ସଂଖ୍ୟା ୩୪୨କୁ ବୃଦ୍ଧି ପାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0