ରାଜକନିକା ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା । ବିଭିନ୍ନ ଅଭିଯୋଗକୁ ନେଇ ଏହି ମହିଳା ମାନେ କାର୍ଯ୍ୟାଳୟ ଘେରାଉ କରିଥିବା ସୂଚନା । କେନ୍ଦ୍ରାପଡା ଜିଲ୍ଲାପାଳ ଓ ରାଜକନିକା ବିଡିଓଙ୍କୁ ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ମହିଳାମାନେ ଏହି ବିକ୍ଷୋଭ କରିଛନ୍ତି । ସୋମନଙ୍କର ଅଭିଯୋଗ ରହିଛି- ରାଜକନିକା ବ୍ଲକର ୨୯ ଗ୍ରାମ ପଞ୍ଚାୟତରେ ମହିଳା ମଣ୍ଡଳ ମାନଙ୍କ ପ୍ରତି ବ୍ଲକ ପ୍ରଶାସନର ଅନ୍ୟାୟ, ନିର୍ଦ୍ଧିଷ୍ଟ କିଛି ମହିଳା ମଣ୍ଡଳଙ୍କୁ ସୁବିଧା ସୁଯୋଗ ଯୋଗାଇବା, ଏବଂ ନିର୍ଦ୍ଧିଷ୍ଟ କିଛି ଶାସକ ଦଳର ମହିଳାଙ୍କୁ ଛତୁଆ ବିତରଣ କରିବା । ଏହି ସବୁ ଅଭିଯୋଗକୁ ନେଇ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଳାପାଳ ଓ ରାଜକନିକା ବିଡିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ପରେ ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରଛନ୍ତି । ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ତାଲା ପକାଇବା କୁ ମହିଳାମାନେ ଚେତାବନି ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0