ବଡବିଲ : ବଡବିଲ ପୌରାଞ୍ଚଳ ଅନ୍ତର୍ଗତ ମହାନ୍ତବସ୍ତି ଠାରେ ଥିବା ବିଜେଡି କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମଳନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବଡବିଲ ଅଞ୍ଚଳର ଲକ୍ଷ୍ମଣ ମହାନ୍ତ ଓରଫ ଲାଲଟୁଙ୍କୁ ବିଜେଡି ଜିଲ୍ଲା ସମ୍ପାଦକ ଭାବେ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ନେଇ ଏକ ପ୍ରେସ ମିଟ କରି ତାଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଲାଲଟୁଙ୍କୁ ଗୁରୁ ଦାୟିତ୍ୱ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ତାଙ୍କ ସମର୍ଥକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ଆଗକୁ ଜିଲ୍ଳା ବିଜେଡି ଦଳକୁ ସୁଦୃଢ ଓ ସବଳ କରିବା ପାଇଁ କାମ କରିବେ ବୋଲି ଶ୍ରୀ ଲାଲଟୁ ମାହାନ୍ତ ଗଣମାଧ୍ୟମକୁ ସୂଚନା ଦେବା ସହ ସେ ତାଙ୍କ କର୍ମ କ୍ଷେତ୍ରରୁ କେବେବି ଓହରିବେନି ବୋଲି କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0