ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ମାଇଲଖୁଣ୍ଟ ସ୍ଥାପନ କଲେ । ସେ ପ୍ରଥମ ଏସୀୟ ସେଲିବ୍ରିଟି ଓ ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ ଅନୁଗାମୀ କ୍ଲବରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଇନ୍ଷ୍ଟାଗ୍ରାମ୍ରେ ସବୁଠୁ ଲୋକପ୍ରିୟ ସେଲିବ୍ରିଟି ହେଉଛନ୍ତି ପର୍ତ୍ତୁଗାଲ୍ର ଷ୍ଟାର୍ ଫୁଟବଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ । ତାଙ୍କର ୨୬୬ ମିଲିୟନ ଅନୁଗାମୀ ରହିଛନ୍ତି । ସେହିପରି ଆମେରିକାର ପ୍ରସିଦ୍ଧ ଗାୟିକା ଆରିୟାନା ଗ୍ରାଣ୍ଡେ (୨୨୪ମିଲିୟନ) ଦ୍ୱିତୀୟ, ବାର୍ସେଲୋନା ଅଧିନାୟକ ଲିଓନେଲ ମେସି (୧୮୭ମିଲିୟନ) ତୃତୀୟ ସ୍ଥାନରେ ରହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0