spot_img

ଏନଏଚ ୬୦ ଟ୍ରକ ଲୁଟ, ବେହୋସ ଅବସ୍ଥାରେ ଡ୍ରାଇଭର ଓ ହେଲପର ଉଦ୍ଧାର

ଜଳେଶ୍ବର : ଲୁଟେରାଙ୍କ କବଜାରେ ଜଳେଶ୍ବର ଏନଏଚ ୬୦ । ପୁଣି ଜଳେଶ୍ବରରେ ଟ୍ରକ ହାଇଜାକ । ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କୁ ସଜ୍ଞାହୀନ ଅବସ୍ଥାରେ ଜାତୀୟ ରାଜପଥ ଏନଏଚ ୬୦ ପାର୍ଶ୍ବରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁଯାୟୀ ଜଳେଶ୍ବର ଥାନା ଅନ୍ତର୍ଗତ ଏନଏଚ ୬୦ ଏକତାଳି ନିକଟରେ ବୁଧବାର ପ୍ରାୟ ୯ଟା ସମୟରେ ଦୁଇ ଜଣ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡି ରହିଥିବାର ଦେଖିବାକୁ ମିଳିଥିଲା । ସେମାନେ ଜୀବିତ ଥିବା ଜାଣି ସ୍ଥାନୀୟ ଲୋକମାନେ ସ୍ଥାନୀୟ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ୧୦୮ ଯୋଗେ ପଠାଇଥିଲେ । ଓଡିଶାରୁ ପଶ୍ଚିମବଙ୍ଗ ଯିବା ସମୟରେ ଟ୍ରକକୁ ହାଇଯାକ କରାଯାଇଥିବା ସୂଚନା ମିଳିଛି । ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ଝାଡଖଣ୍ଡ ଅସଲମ ଅନସାରୀ ଓ ଇସଗାନ ଅନସାରୀ ବୋଲି ଜଣାପଡିଛି । ଏନେଇ ଜଳେଶ୍ବର ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular