ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ବୁଧବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳର ଟିଆଇ ପରେଡ ଝାରପଡା ଜେଲ ପରିସରରେ ଶେଷ ହୋଇଛି। ଟିଆଇ ପରେଡ ସମୟରେ ଅଞ୍ଜନା ମିଶ୍ର ଅଭିଯୁକ୍ତ ବିବନକୁ ଚିହ୍ନଟ କରିଛନ୍ତି। ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଟିଆଇ ପରେଡ ଶେଷ ହୋଇଛି। ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନିବା ପାଇଁ ଏହି ଟିଆଇ ପରେଡ ହୋଇଛି। ଟିଆଇ ପରେଡ ପରେ ଜେଲରୁ ବାହାରିବା ପରେ ଅଞ୍ଜନା କହିଛନ୍ତି ଯେ, ଟିଆଇ ପରେଡରେ ୧୦ ଜଣ ଛିଡା ହୋଇଥିଲେ। ପରେଡରେ ଅଭିଯୁକ୍ତ ବିବନଙ୍କୁ ଅଞ୍ଜନା ଚିହ୍ନଟ କରିଛନ୍ତି। ଏପରିକି ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର ନୀଳକଣ୍ଠକୁ ମଧ୍ୟ ସେ ଚିହ୍ନି ପାରିଥିବା ଅଞ୍ଜନା କହିଛନ୍ତି। ୧୯୯୯ ମସିହା ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୪ ଓ ୫ ତାରିଖ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ ଟିମ । ତା ପୂର୍ବରୁ ବୁଧବାର ଜେଲରେ ଥିବା ବିବନର ଟିଆଇ ପରେଡ କରାଯାଇଛି। ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତରେ ଝାରପଡା ଜେଲ ଭିତରେ ଟିଆଇ ପରେଡ ହୋଇଛି। ଏହି ସମୟରେ ପୀଡ଼ିତା ଉପସ୍ଥିତ ରହିବେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0