spot_img

ଜବତ ହେଲା ବିପୁଳ ଚୋରା ମଦ, ଜଣେ ମହିଳାଙ୍କ ସମେତ ୪ ଗିରଫ

ରାଇରଙ୍ଗପୁର : ଅତର୍କିତ ଅବକାରୀ ଚଢ଼ାଉକୁ ନେଇ ଚୋରା ମଦ ବେପାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ଜଣାପଡ଼ିଛି । ବୁଧବାର ରାଇରଙ୍ଗପୁରର ଅବକାରୀ ଇନ୍ସପେକ୍ଟର ବାସନ୍ତୀ ସିର୍କା ସଦଳବଳେ ତିରିଙ୍ଗ ଥାନା ଓ ବହଳଦା ଥାନାର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଛନ୍ତି । ଏଥିସହିତ ଚୋରା କାରବାର ଲିପ୍ତଥିବା ଚାରି ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ବହଳଦା ଥାନାଠାରୁ ଅଳ୍ପ ଦୂରରେ ଥିବା ଏକ ଢ଼ାବାରେ ଦୀର୍ଘ ଦିନରୁ ବେଆଇନ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା । ବୁଧବାର ଅବକାରୀ ବିଭାଗ ଚନ୍ଦନ ଢ଼ାବାରେ ଚଢ଼ାଉ କରି ୩୧ ଲିଟର ବିଅର, ପ୍ରାୟ ୫ ଲିଟର ବିଦେଶୀ ମଦ ସହିତ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଛି । ସେହିପରି ଆଉ ଏକ ଢ଼ାବାରେ ଚଢ଼ାଉ କରି ୧୫.୬ ଲିଟର ବିଅର, ୧.୫ ଲିଟର ବିଦେଶୀ ମଦ ସହିତ ବେଆଇନ୍ କାରବାର କରୁଥିବା ରଞ୍ଜିତ ସାହୁଙ୍କୁ ଗିରଫ କରିଛି । ସେହିପରି ତିରିଙ୍ଗ ଥାନା ସୁରୁଦା କାଶୀପୁରରୁ ୩.୬ ଲିଟର ବିଦେଶୀ ମଦ ସହିତ ଚମ୍ପାମଣି ହେମ୍ବ୍ରମ ଓ ପଟମବେଡା ରୁ ୨୦ ଲିଟର ଦେଶୀ ମଦ ସହିତ ଶ୍ୟାମ ଚରଣ ହେମ୍ବ୍ରମଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଦିନ କୁ ଦିନ ବିଭିନ୍ନ ହୋଟେଲ, ଢ଼ାବା ଆଦିରେ ଚୋରା ମଦ କାରବାର ବୃଦ୍ଧି ପାଉଥିଲା ବେଳେ ଅବକାରୀ ବିଭାଗର ଘନ ଘନ ଚଢ଼ାଉକୁ ସାଧାରଣରେ ପ୍ରସଂସା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular