କାଲିମେଳା: କୋଭିଡ ଗାଇଡଲାଇନ ନମାନି ୩୪ ଅମାନିଆ ଗଣିଲେ ତଣ୍ଡ। ଗେଟେପଟେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମକୁ ଆଜିଠୁ କଡା କଡିହେବା ନେଇ ଡ଼ାକବାଜି ଯନ୍ତ୍ର ଦ୍ବାରା ଜନସାଧାରଣଙ୍କୁ ସଚେତନ କାରଯାଇଥିଲା। ଆଜି ଯାଞ୍ଚ ବେଳେ ୩୪ ଜଣ ଅମାନିଆଙ୍କ ନିକଟରୁ ୨୩ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ଅତିରିକ୍ତ ତହସିଲଦାର ଓ କାଲିମେଳା ଥାନାର କର୍ମଚାରୀମାନେ ଉପସ୍ଥିତ ରହି ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରିଛନ୍ତି। ୩ଜଣ ଯୁବକ ମାସ୍କ ପିନ୍ଧି ନଥିବା କାରଣରୁ ତାଙ୍କୁ ଅଟକା ଯାଇଥିଲେ ମଧ୍ୟ ସେମାନେ ଖସିଯିବାକୁ ଉଦ୍ୟମ କରିବାରୁ ସେମାନଙ୍କ ଠାରୁ ଅତିରିକ୍ତ ଜରିମାନା ଆଦାୟ କରାଯାଇଥିବା ଜଣା ପଡ଼ିଛି। ଏଥି ସହିତ କୋଭିଡ୍ ନିୟମ ପାଳନ କରିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0