ଖୋର୍ଦ୍ଧା: ୪୦୦୦ ଲିଟର ବେଆଇନ ଦେଶୀ ମଦ ପୋଚ ନଷ୍ଟ l ଜଣେ ଗିରଫ l ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଶାଳିଆ ଡ୍ୟାମ ଠାରେ ପୋଲିସ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଥିଲା l ୩୦ ରୁ ଅଧିକ ମଦଭାଟି ଉପରେ ଚଢ଼ାଉ କରି ୧୮୩ ଲିଟର ଦେଶୀ ମଦ ସମେତ ୪୦୦୦ ଲିଟର ଦେଶୀ ମଦ ପାଇଁ ବ୍ୟବହୃତ ପୋଚ ନଷ୍ଟ କରି ଦିଆଯାଇଛି l ଏହି ଚଢ଼ାଉ ସମୟରେ ପୋଲିସ ଜଣକୁ ଧରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି l ଗିରଫ ବ୍ୟକ୍ତି ଜଣକ ସଉରୀ ଘଡେଇ ଏବଂ ଘଟଣା ସ୍ଥଳରୁ ଫେରାର ଜଣକ ପୋଡାସାହିର ଦୁନିଆ ନାୟକ ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତିଙ୍କ ବିରୋଧରେ ୨ ଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l



Visitors Today : 5
Total Visitors : 130174
Total Views : 9891621
Visitors Online Now : 0