ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ । ଫଳରେ ୨ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ପୁରା ଅଞ୍ଚଳରେ ଝାଡ଼ଖଣ୍ଡ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଯବାନଙ୍କ ଉଦ୍ଦେଶ୍ୟରେ ନକ୍ସଲ ଆଇଇଡି ଖଞ୍ଜିଥିବା କୁହାଯାଉଛି। ଶହୀଦ ଯବାନ ହେଲେ ହାର୍ଦ୍ୟର ସାହା ଏବଂ କିରଣ ସୁରିନ। ଗୁରୁତର ତିନି ଯବାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯାଇଛି। ଲ୍ୟାଣ୍ଡ ମାଇନ୍ ବ୍ଲାଷ୍ଟ୍ ପରେ ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆଜି ସକାଳେ ଟୋକ୍ଲୋ ଥାନା ଅନ୍ତର୍ଗତ ଲାଞ୍ଜି ଜଙ୍ଗଲରେ ଜିଲ୍ଲା ପୋଲିସ୍ ଏବଂ ସି ଆର୍ ପି ଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ହଠାତ୍ ସି ଆର୍ ପି ଏଫ୍ ଯବାନଙ୍କ ଗୋଡ ପଡ଼ିଥିଲା ଲ୍ୟାଣ୍ଡ ମାଇନ୍ ଉପରେ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0