ବିଜେପି ତରଫରୁ କେରଳର ମୁଖ୍ୟମନ୍ତ୍ରୀ ପଦର ପାର୍ଥୀ ହେବେ ପ୍ରସିଦ୍ଧ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ। ଏନେଇ ରାଜ୍ୟ ବିଜେପି ମୁଖ୍ୟ କେ ସୁଦର୍ଶନ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି କି ଭାଜପାରେ ଶ୍ରୀଧରନଙ୍କୁ ସାମିଲ କରାଇବା ବଡ ଉପଲବ୍ଧି ଭାବେ ବିବେଚନା କରାଯାଉଛି । ଶ୍ରୀଧରନ୍ ଙ୍କ ଭାବମୂର୍ତ୍ତି ସମ୍ପୁର୍ଣ୍ଣ ନିର୍ମଳ ବୋଲି ସେ କହିବା ସହ ଶ୍ରୀଧରନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆଗକୁ ଆଣିଲେ ବିଜେପି ଲାଭବାନ ହେବ । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଶ୍ରୀଧରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ୍ ପ୍ରଶଂସା କରିଥିଲେ । ମୋଦି ଜଣେ ସଚ୍ଚୋଟ ରାଜନେତା ଓ ତାଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ ବୋଲି ସେ କହିଥିଲେ ।ଅନ୍ୟପଟେ ପୁଣିଥରେ ଏଲଡିଏଫ୍ କେରଳରେ ସରକାର ଗଠନ କରିବ ବୋଲି କହିଛି ସି-ଭୋଟର ସର୍ଭେ । ଗତ ୨୦୧୬ ବିଧାନସଭା ନିର୍ବାଚନରେ ୟୁଡିଏଫ୍ କୁ ବହୁ ପଛରେ ପକାଇ ବାମ ମୋର୍ଚ୍ଚା ବା ଏଲଡିଏଫ୍ ସରକାର ଗଠନ କରିଥିଲା । ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱା ବାତ୍ୟାଭଳି ଆଗକୁ ମାଡୁଥିବା ବେଳେ ବି କେରଳରେ ମୋଦିଙ୍କ ପ୍ରଭାବ ପଡି ନଥିଲା । ୨୦୧୬ ନିର୍ବାଚନରେ କେବଳ ଗୋଟିଏ ବିଧାନସଭା ଆସନରେ ହାତେଇବାରେ ସଫଳ ହୋଇଥିଲା ବିଜେପି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0