ପାକିସ୍ତାନ ବିଧାନସଭାରେ ଜୋରଦାର ଗଣ୍ଡଗୋଳ । ମୁଥ ମାଡରୁ ଗୋଇଠା, ଧକ୍କାରେ କମ୍ପିଲା ପୁରା ବିଧାନସଭା । ସ୍ଥିତି ଅତି ଭୟଙ୍କର ହୋଇଯାଇଥିଲା । ଏହି ଗଣ୍ଡଗୋଳ ହୋଇଛି ପାକିସ୍ତାନର ସିନ୍ଧ୍ ବିଧାନସଭା ଭିତରେ । ବିଧାନସଭା ପରିବେଶ ଏତେ ଭୟଙ୍କର ହୋଇଯାଇଥିଲା ଯେ ମହିଳା ସଦସ୍ୟମାନେ ବିଧାନସଭା ଭିତରୁ ଜୀବନ ବଂଚାଇ ଚାଲି ଯାଇଥିଲେ । ପାକିସ୍ତାନର ସିନ୍ଧ ପ୍ରଦେଶର ବିଧାନସଭା ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଛି । ଇମ୍ରାନ୍ ଖାନଙ୍କ ପାର୍ଟି ତେହରିକ୍ ଏ ଇନସାଫର ସଦସ୍ୟଙ୍କ ମଧ୍ୟରେ ଜୋରଦାର ମାରପିଟ୍ ହୋଇଥିଲା । ସିନ୍ଧ ବିଧାନସଭା ଭିତରର ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହା ସହିତ ପାକିସ୍ତାନର ଗଣତନ୍ତ୍ରର ଅସଲ ମୁଖା ଖୋଲି ଯାଇଛି । ପାକିସ୍ତାନରେ ସିନେଟ୍ ପାଇଁ ଭୋଟିଂ ହେବାର ଥିଲା । ଇମ୍ରାନ୍ ଖାନଙ୍କ ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ କରିବାକୁ ଦଳର ନିର୍ଦ୍ଦେଶ ରହିଥିଲା । ତେବେ ଏତିକି ବେଳେ ଇମ୍ରାନ୍ ଖାନଙ୍କ ପାର୍ଟି ତେହରିକ ଏ ଇନସାଫ ଦଳର ୩ ଜଣ ସଦସ୍ୟ , ନିଜ ଇଛାରେ ଭୋଟ୍ ଦେବାକୁ ଘୋଷଣା କରିଥିଲେ । ବାସ୍ , ଏହା ପରେ ଆରମ୍ଭ ହୋଇଥିଲା କଥା କଟାକଟି । ବିଦ୍ରୋହୀ ୩ ସଦସ୍ୟଙ୍କୁ ଘେରି ଯାଇଥିଲେ ଇମ୍ରାନ ଖାନଙ୍କ ପାର୍ଟିର ଅନ୍ୟ ସଦସ୍ୟମାନେ । ଆଉ ଆରମ୍ଭ ହୋଇଥିଲା ଧକ୍କା ମରାମରି । ମାଡପିଟରେ ବେଶ୍ କିଛି ସମୟ କମ୍ପିଲା ସିନ୍ଧ ବିଧାନସଭା ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0