ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ୭୨ ଘଣ୍ଟା ମଧ୍ୟରେ ସବୁ ପେଟ୍ରୋଲ ପମ୍ପରୁ ମୋଦିଙ୍କ ଫଟୋ କାଢ଼ିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦଳର ବିଜ୍ଞାପନ କଲା ଭଳି ଲଗାଯାଇଛି। ତେଣୁ ଏହାକୁ କାଢ଼ିବାକୁ ଟିଏମ୍ସି ଇସିଙ୍କ ଦ୍ବାରସ୍ଥ ହୋଇଥିଲା। ଇସିଙ୍କୁ ଟିଏମ୍ସିର ଏକ ପ୍ରତିନିଧି ଦଳ ଭେଟିବା ପରେ ସମସ୍ତ ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ କାଢ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗର ବିଭିନ୍ନ ପେଟ୍ରୋଲ ପମ୍ପ ଓ ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ଭାକ୍ସିନ୍ ନେବାର ହୋର୍ଡିଂ ଲଗାଯାଇଛି। ଏ ନେଇ ନିର୍ବାଚନ ଆୟୋଗଙ୍କ ଆଗରେ ଅଭିଯୋଗ ଆଣିଥିଲା ଟିଏମ୍ସି । ଏହାପରେ ସେହି ସବୁ ହୋର୍ଡିଂ, ପୋଷ୍ଟର ୭୨ ଘଣ୍ଟା ମଧ୍ୟରେ କାଢ଼ିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0