ତାଜମହଲରେ ବୋମା ଆତଙ୍କ ଖବର ମିଛ । ସକାଳୁ ସକାଳୁ ତାଜମହଲରେ ବୋମା ଥିବା ଖବର ପୋଲିସକୁ ମିଳିଥିଲା । ସୂଚନା ପାଇବା ପରେ ତୁରନ୍ତ ତାଜମହଲକୁ ପୋଲିସ ନିଜ ନିୟନ୍ତ୍ରଣକୁ ନେଇଥିଲା । ତାଜମହଲର ତିନି ଫାଟକକୁ ତତକ୍ଷଣାତ ବନ୍ଦ କରି ଦିଆଯାଇଥିଲା ।ଫାଟକ ବନ୍ଦ କରିବା ପରେ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ତାଜମହଲ ଭିତରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ସେଠାରୁ ବାହାର କରାଯାଇଥିଲା । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳ ତାଜମହଲ ମଧ୍ୟରେ ତଲାସି କରିଥିଲା । ପରେ ଏହି ଖବର ମିଛ ବୋଲି ଜଣାପଡିଛି। ଏହାପରେ ତାଜମହଲ ପୁଣି ଖୋଲି ଦିଆଯାଇଛି। ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ। ଉକ୍ତ ଯୁବକକୁ ପୋଲିସ ହାଜତକୁ ନେଇଛି। ଏହି ଫୋନ କଲ ଫିରୋଜାବାଦରୁ କରାଯାଇଥିଲା। ମାମଲାର ଯାଞ୍ଚ ଚାଲିଛି ବୋଲି ଏସପି କହିଛନ୍ତି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0