କୁକୁଡାଖଣ୍ଡି: କୁକୁଡାଖଣ୍ଡି ବ୍ଲକ ଅଂକୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା l ଆଜି ସକାଳ ଭୋରୁ ଭୋରୁ ଗଂଜାମ ଜିଲ୍ଲା ଅଂକୁଶପୁର ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି l ବ୍ରହ୍ମପୁର ଦେଇ ଆସୁଥିବା ପଞ୍ଜାବି ଟ୍ରକକୁ ହିଞ୍ଜିଳି କାଟୁ ପଟରୁ ଆସୁଥିବା ଟ୍ରିପର ସାମନା ପଟରୁ ଧକା ଦେବା ଫଳରେ ଟ୍ରକର ଆଗ ପଟ ସମ୍ପୂର୍ଣ ଭାବରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି ଘଟଣା ସ୍ଥଳରେ ବ୍ରହ୍ମପୁର ସଦର ଥାନା ପୋଲିସ କର୍ମଚାରୀ ପହଂଚି ଗୁରୁତର ଥିବା ଡ୍ରାଇଭର ଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି କୁ ସ୍ଥାନାଂତର କରିଛନ୍ତି l ଏହାକୁ ନେଇ ବହୁ ସମୟ ଧରି ଯାନବାହାନ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଥିଲା l ଏହା ସଦର ଥାନା ରୁ ଶହେ ମିଟର ଦୂରରେ ଦୁର୍ଘଟଣା ଘଟିଥିବା ଜଣାପଡିଛି l



Visitors Today : 0
Total Visitors : 130430
Total Views : 9891961
Visitors Online Now : 0