spot_img

ବଳକା ଖିଚିଡ଼ିରୁ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପୋକୁଡ଼ି…

ଆମେ ବଳକା ଖାଦ୍ୟକୁ କ’ଣ କରିବା ଭାବିଥାଉ । ଯଦି ତାହା ବଳିଯାଏ ଆମେ ନଷ୍ଟ ହେଲା ପରେ ଫିଙ୍ଗି ଦେଇଥାଉ । କିନ୍ତୁ ତାହା ନ କରି ଆମେ ତାକୁ ପୁଣି ଥରେ ଖାଇପାରିବା । ତାହା ପୁଣି ବଳୁଥିବା ଖିଚିଡ଼ିରୁ ଆମେ ସ୍ୱାଦିଷ୍ଟ ପୋକୁଡି ପ୍ରସ୍ତୁତ କରିପାରିବା । ତେବେ ଆମେ କିପରି ଏହି ପୋକୁଡ଼ି ପ୍ରସ୍ତୁୂତ କରିବା ଜାଣିବା…

ପୋକୁଡ଼ି ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ…

  • ଖିଚିଡ଼ି
  • ଲୁଣ
  • ବେସନ
  • ସିଝାଆଳୁ
  • ସବୁଜ ଲଙ୍କା
  • ଗରମ ମସଲା
  • ଧନିଆ ପତ୍ର
  • ଚିଲି ପାଉଡ଼ର
  • ହଳଦୀ
  • କଳାଜିରା
  • ତେଲ

କିପରି ପ୍ରସ୍ତୁତ କରିବେ…

  • ପ୍ରଥମେ ଏକ ପାତ୍ରରେ ଖିଚିଡ଼ି, ବେସନ, ସିଝା ଆଳୁ, ଧନିଆ ପତ୍ର କୁ ଭଲ ଭାବରେ ମିଶାନ୍ତୁ । ପରେ ମିଶ୍ରଣରେ ଅନ୍ୟ ସମସ୍ତ ମସଲା ମିଶାଇ ଭଲ ଭାବରେ ମିଶାନ୍ତୁ । ପ୍ରସ୍ତୁତ ହେଞଲା ପରେ ଏବେ ତେଲକୁ ଗରମ କରନ୍ତୁ । ତେଲ ଗରମ ହେବା ପରେ ମିଣ୍ରଣକୁ ପୋକୁନି ଆକାରରେ ପକାଇ ଛାଣନ୍ତୁ । ଟିକିଏ ସୁବର୍ଣ୍ଣ ରଙ୍ଗ ହେବା ପରେ ଏହାକୁ ଛାଣି ଦିଅନ୍ତୁ ।
  • ବର୍ତ୍ତମାନ ଅନ୍ୟ ମିଶ୍ରଣକୁ ମଧ୍ୟ ସେହିପରି ପକାଇ ଛାଣିକି ଉଠାନ୍ତୁ । ଏବଂ ଗରମ ଗରମ ଚଟଣୀ ସହ ପରିବେଷଣ କରନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular