କାଲିଠାରୁ ସଂସଦରେ ଆରମ୍ଭ ହେବ ଦ୍ୱିତୀୟ ଭାଗ ବଜେଟ୍ ଅଧିବେଶନ। ସମସ୍ତ କୋଭିଡ୍-୧୯ କଟକଣା ସହ ସୋମବାର ଠାରୁ ସଂସଦରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଗଣମାଧ୍ୟମକୁ କହିଛନ୍ତି। ବାଚସ୍ପିତି କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା ଚାଲିବ। ଏପ୍ରିଲ୍ ୮ ତାରିଖ ଦିନ ଏହି ଅଧିବେଶନର ଦ୍ୱିତୀୟ ଭାଗ ଶେଷ ହେବ। ଜାନୁଆରି ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ସଂସଦର ବଜେଟ୍ ଅଧିବେଶନ ।ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖ ଦିନ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0