ପଦଯାତ୍ରାରେ ପଶ୍ଚିମବଙ୍ଗ ମୂୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗ୍ୟାସ ଦାମ ଓ ତୈଳଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମମତା। ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପଦ ଯାତ୍ରାରେ ବାହାରିଛନ୍ତି ଦିଦି। ତାଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି। ଆଗକୁ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ତୃଣମୂଳ କଂଗ୍ରେସ ଭିତରେ ଶକ୍ତି ପ୍ରଦର୍ଶନ ଜାରି ରହିଛି। ଅନ୍ୟପଟେ ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ଲୋକଙ୍କୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଛନ୍ତି ମୋଦି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0